ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ୍ ସହିତ ଗୁଳିବିନିମୟ ବେଳେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି।ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ପାଇ ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ସର୍ଚ୍ଚ ଅପରେସନ୍ ବେଳେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଏଥିରେ ଦୁଇ ନକ୍ସଲ ନିହତ ହୋଇଥିବା ବେଳେ ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଅପରେସନ ବେଳେ ଦୁଇ ନକ୍ସଲ ନିହତ ହୋଇଥିବା ନେଇ ଡିଜିପି ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜଣେ ପୁରୁଷ କ୍ୟାଡର ଓ ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି। ନକ୍ସଲଙ୍କ କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ କଲା ବେଳେ ଏହି ସଫଳତା ମିଳିଛି। ସ୍ୱାଭିମାନ ଅଞ୍ଚଳକୁ ନକ୍ସଲମୁକ୍ କରିବା ପାଇଁ ସଙ୍କଳ୍ପ ନିଆଯାଇଛି ବୋଲି ଡିଜିପି କହିଛନ୍ତି। ଏହା ସହିତ ସେ ପୁଣି ଥରେ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0