କଳାହାଣ୍ଡି : ୨୧ତମ ଜନ୍ମଦିନରେ ଚାଲିଗଲା ଜଣେ ଯୁବକର ଜୀବନ । ମୃତକ ଭବାନୀପାଟଣା ଥାନା କୁଟ୍ରୁକମାର ଗାଁର ମାନସ ବେହେରା । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ା ବ୍ଲକ ବିଶ୍ୱନାଥପୁର ଥାନା ଧଅଁରଭାଟା ନିକଟରେ ଦୁର୍ଘଟଣା ଘଟିଛି ।
ଜନ୍ମ ଦିନରେ ଅନେକ କିଛି ଭାବିଥିଲେ, ନିଜେ କାମ କରୁଥିବା ଗ୍ୟାରେଜ୍ କର୍ମଚାରୀମାନଙ୍କୁ ପାର୍ଟି ଦେବାର ଥିଲା । ସେପଟେ ଗ୍ୟାରେଜର ସମସ୍ତେ ଅପେକ୍ଷା ବି କରିଥିଲେ । କିନ୍ତୁ ଏହି ସମୟରେ ହିଁ ଘଟିଗଲା ଅଘଟଣ । ପିକଅପ୍ ମ୍ୟାଜିକ ଭ୍ୟାନ୍ର ଧକ୍କାରେ ଜନ୍ମଦିନ ହିଁ ସାଜିଲା ମୃତ୍ୟୁର ଦିନ । ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଧଅଁରାଭଟାଠାରେ ।
ଶନିବାର ସନ୍ଧ୍ୟା ସମୟରେ ମାନସ ବେହେରା(୨୦) ବିଶ୍ୱନାଥପୁରରୁ ଲାଞ୍ଜିଗଡ ପଟେ ଏକ ୟାମାହା ବାଇକ୍ରେ ଯାଉଥିବା ବେଳେ ଲାଞ୍ଜିଗଡ ପଟୁ ଆସୁଥିବା ଏକ ପିକଅପ୍ ମ୍ୟାଜିକ ଭ୍ୟାନ୍ ଧକ୍କା ଦେଇଥିଲା । ପିକଅପ୍ ମ୍ୟାଜିକ ମୁହାଁମୁହିଁ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମୃତ ମାନସଙ୍କ ଶନିବାର ଦିନ ଜନ୍ମଦିନ ଥିଲା । ସନ୍ଧ୍ୟା ସମୟରେ ଲାଞ୍ଜିଗଡରେ ସେ କାମ କରୁଥିବା ଗ୍ୟାରେଜକୁ ଯାଉଥିଲେ । ଦୁର୍ଘଟଣା ସଂପର୍କରେ ଖବର ପୋଲିସ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଦୁର୍ଘଟଣା ଘଟାଇଥିବା ପିକଅପ୍ ମ୍ୟାଜିକ୍କୁ ଜବତ କରିବା ସହ ଡ୍ରାଇଭର ମୋହନ ହରିଜନ(୨୯)କୁ ଅଟକ ରଖିଥିବା ଜଣାପଡିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0