ନୂଆଦିଲ୍ଲୀ: ସଂସଦ ଭବନ ଆକ୍ରମଣକୁ ପୂରିଲା ୧୯ ବର୍ଷ । ଦେଶର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆତଙ୍କ ରଚିଥିଲେ ଆତଙ୍କୀ । ଆଉ ସ୍ତବ୍ଧ ହୋଇଯାଇଥିଲା ପୂରା ଦେଶ । ୪୫ ମିନିଟ ମଧ୍ୟରେ ୫ ଜଣ ଆତଙ୍କବାଦୀ ଲୋକତନ୍ତ୍ରର ସବୁଠାରୁ ବଡ ମନ୍ଦିର ଅର୍ଥାତ ସଂସଦ ଭବନ ଉପରକୁ କରିଥିଲେ ଗୁଳିମାଡ । ଆଉ ଏହି ଆକ୍ରମଣରେ ଆଖି ବୁଜିଥିଲେ ୯ ନିରୀହ ଜୀବନ । ହେଲେ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ କିଛି ନେତା ଗୃହରେ ଉପସ୍ଥିତ ଥିଲେ । ଆଉ ସବୁଦିନ ଭଳି ସେଦିନ ମଧ୍ୟ ଲୋକସଭା ପରିସରରେ ମିଡିଆ କର୍ମୀଙ୍କ ଗହଳି ଲାଗି ରହିଥିଲା । ଏହି ସମୟରେ ଏକ ଧଳା ଆମ୍ବାସାଡାର କାର ସଂସଦ ଭବନ ପରିସର ଭିତରକୁ ମାଡିଆସିଥିଲା । ଗାଡି ସ୍ପିଡ ଦେଖି ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିଛି ସମୟ ପରେ ଗାଡିରୁ ୫ ଜଣ ଆତଙ୍କବାଦୀ ବାହାରି ସଂସଦ ଭବନ ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ । ଆଉ ଏହି ଭୟାନକ ଘଟଣାରେ ଥରି ଉଠିଥିଲା ସାରା ଭାରତ । ଏହାପରେ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ଓ ସିଆରପିଏଫ ଯବାନ ପହଞ୍ଚିଥିଲେ ଆଉ ଉଭୟ ପକ୍ଷରୁ ଆରମ୍ଭ ହୋଇଥିଲା ଗୁଳି ବର୍ଷଣ । ଏଥିରେ ୫ ଆତଙ୍କୀଙ୍କ ସହ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଏହି ଘଟଣାକୁ ପୂରିଛି ୧୯ ବର୍ଷ । ହେଲେ ଦେଶବାସୀଙ୍କ ମନରୁ ଯାଇନି ଏହି ଆକ୍ରମଣର ଭୟ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0