ଚଳିତ ବର୍ଷ ନାଗ ପଞ୍ଚମୀ ୨୫ ଜୁଲାଇରେ ହେବାକୁ ଯାଉଛି । ସାଧାରଣତଃ ଏହି ପର୍ବ ଶ୍ରାବଣ ମାସ ଶୁକ୍ଳ ପକ୍ଷରେ ପଡ଼ିଥାଏ । ଏହି ଦିନରେ ନାଗଦେବତାଙ୍କ ପୂଜା କରିବାର ବିଧି ରହିଛି । ଧର୍ମ ଅନୁସାରେ ନାଗଦେବତାଙ୍କୁ ପୂଜା କରିବା ଦ୍ୱାରା ଗ୍ରହଦୋଷ ଦୂର ହୋଇଥାଏ । କୁହାଯାଏ କି ନାଗ ପଞ୍ଚମୀ ରେ ନାଗଦେବତାଙ୍କୁ ପୂଜା କରିବା ଦ୍ୱ।ରା ଧନ ବୃଦ୍ଧି ହୋଇଥାଏ । ଶାସ୍ତ୍ର ଅନୁଯାୟୀ ନାଗଦେବତା ଗୁପ୍ତଧନର ରକ୍ଷା କରିଥାନ୍ତି । ଜାତକରେ କାଳସର୍ପର ଦୋଷ ଥାଏ । ସେହି ଦୋଷରୁ ମୁକ୍ତି ଦେବା ପାଇଁ ନାଗ ପଞ୍ଚମୀ ବ୍ରତ କରାଯାଇଥାଏ । ନାଗ ପଞ୍ଚମୀ ଦିନ ଅନନ୍ତ,ବାସୁକି, ପଦ୍ମ,ଇତ୍ୟାଦି ସର୍ପ ମାନଙ୍କୁ ପୂଜା କରାଯାଇଥାଏ । ପଚଂମୀର ଆୟୋଜନ ଗୋଟିଏ ଦିନ ଆଗରୁ ଆରମ୍ଭ ହୋଇଯାଇଥାଏ ।

ଆସନ୍ତୁ ଜାଣିବା କିପରି କରାଯାଇଥାଏ ନାଗ ପଞ୍ଚମୀ ପୂଜା
ପଞ୍ଚମୀ ଦିନ ସକାଳୁ ଉଠି ସ୍ନାନ କରି ପୂଜା ସ୍ଥାନରେ ନାଗଦେବତାଙ୍କ ପ୍ରତିମୂର୍ତ୍ତି ରଖନ୍ତୁ । ପରେ ହଳଦୀ , ଅରୁଆ ଚାଉଳ ଏବଂ ଫୁଲଦେଇ ପୂଜାକରନ୍ତୁ । କଞ୍ଚା କ୍ଷୀର , ଘିଅ, ଚିନି, ମିଶାଇ ଭୋଗ ଲଗାନ୍ତୁ । ପୂଜା ଶେଷରେ ନାଗ ଦେବତାଙ୍କ ଆରତୀ କରନ୍ତୁ । ଶେଷରେ ନାଗ ପଞ୍ଚମୀର ମାହାତ୍ମ୍ୟ ଶୁଣନ୍ତୁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0