ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର । କେନ୍ଦ୍ର କୃଷି ଆଇନକୁ ବିରୋଧ କରି ତୀବ୍ର ରୂପ ଧାରଣ କରୁଛି ଚାଷୀ ଆନ୍ଦୋଳନ । ଦିଲ୍ଲୀ- ହରିୟାଣା ସୀମାରେ ଚାଷୀଙ୍କ ବଡ ଧରଣର ଲକଜାମ ଦେଖିବାକୁ ମିଳୁଛି । ରାଜଧାନୀର ସବୁ ସୀମାରେ ଚାଷୀମାନେ ସକାଳ ୮ଟାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଏଥି ସହିତ ସବୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ପ୍ରଦର୍ଶନ କରାଯିବ । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବି ଆଜି ଦିନକ ପାଇଁ ଉପବାସ ରଖିବେ । ଦିଲ୍ଲୀରେ ଆମ ଆଦମୀ ପାର୍ଟି ଅଫିସରେ ଦଳୀୟ କର୍ମକର୍ତ୍ତାମାନେ ମଧ୍ୟ ଉପବାସ ପାଳନ କରିବେ । ସେପଟେ ଆଜି ରାଜସ୍ଥାନରୁ ଆସିଥିବା ୧୦ ହଜାର ଚାଷୀ ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡିଛି । ଏହା ଭିତରେ ଗତକାଲି ଅମିତ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମ ପ୍ରକାଶ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0