spot_img

ଆଜିର ମୁଖ୍ୟ ଖବର

(୧) ବାଲିଆପାଳରୁ ନିଖୋଜ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର । ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡାରୁ ମିଳିଲା ମୃତ ଦେହ । ଗତ ଶୁକ୍ରବାରଠାରୁ ଥିଲା ନିଖୋଜ । ତଣ୍ଟି କାଟି ହତ୍ୟା ହୋଇଥିବା ସୂଚନା । ସମ୍ପର୍କୀୟ ମାମୁଁକୁ ଅଟକ ରଖି ପୁଲିସର ତନାଖନା ।
(୨) ଆଜି ରାଜ୍ୟ କ୍ୟାବିନେଟ ବୈଠକ । ସଂନ୍ଧ୍ୟା ୫ଟାରେ ଲୋକସେବା ଭବନରେ ହେବ ଅନୁଷ୍ଠିତ । ୭ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର । ଶ୍ରୀ ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ ।
(୩) ଦିଲ୍ଲୀରେ ତେଜୁଛି ଚାଷୀ ଆନେ୍ଦାଳନ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଉପବାସ ପ୍ରତିବାଦ । ଦେଶବ୍ୟାପୀ ବିକ୍ଷୋଭ ପାଇଁ ଡାକରା । ସେପଟେ ଦିଲ୍ଲୀ ସୀମାରୁ ଆନେ୍ଦାଳନକାରୀଙ୍କୁ ହଟାଇବାକୁ ଆସନ୍ତା ୧୬ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି ।
(୪) ଦିଲ୍ଲୀରେ ଚାଷୀ ଆନେ୍ଦାଳନ ହେବ ଜୋରଦାର । ସବୁ ସୀମାରେ ଚାଷୀ କରିବେ ଆମରଣ ଅନଶନ । ସାମିଲ ହେବାକୁ ଆସୁଛନ୍ତି ଆଉ ୧୦ ହଜାର ଚାଷୀ । ଦିଲ୍ଲୀ ଟ୍ରାଫିକ ଜାରି କଲା ଆଡଭାଇଜରି ।
(୫) ଜଳିଗଲା ଦୁଇ ବଖରା ଘର । ଭଦ୍ରକ ଜିଲ୍ଲା ଗୁଆମାଳ ପଞ୍ଚାୟତ ନୂଆଶାସନ ଗାଁରେ ଅଗ୍ନିକାଣ୍ଡ । ନିଆଁ ଲାଗିବା କାରଣ ଅସ୍ପଷ୍ଟ । ଘରର ସମସ୍ତ ଆସବାବପତ୍ର, ଟଙ୍କା, ସୁନା ଗହଣା ଜଳି ପୋଡି ପାଉଁଶ ।
(୬) ଆଜି ବର୍ଷର ଶେଷ ସୂର୍ଯ୍ୟ ପରାଗ । ଚିଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ସପୂର୍ଣ୍ଣ ପରାଗ । ଭାରତକୁ ହେବନି ଦୃଶ୍ୟ । ୨୦୨୨ ଅକ୍ଟୋବରରେ ଭାରତରେ ପରବର୍ତ୍ତୀ ସୂର୍ଯ୍ୟପରାଗ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular