ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ । ନଦୀରେ ନିଖୋଜ ହୋଇଥିବା ଯୁବକ ଜଣଙ୍କ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଆମ୍ବୁଜ ନଦୀରେ ଗାଧୋଉଥିବାବେଳେ ଅସାବଧାନତା ବଶତଃ ନଦୀରେ ଭାସି ଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଗ୍ରାମବାସୀ ନଦୀ କୂଳରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଗଣ୍ଡିଆରୁ ଦମକଳ ବାହିନୀ ପହଞ୍ଚି ନିଖୋଜ ଆମ୍ବୁଜଙ୍କୁ ନଦୀରେ ଖୋଜଖୋଜି କରିବା ଜାରି ରଖିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0