ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତୁଣ୍ଟି ପାଣି ଗାଁ ନିକଟ ଜଙ୍ଗଲ ରାସ୍ତାରୁ ନାବାଳକର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବରଅନୁଯାୟୀ, ବାସାଘୁଟୁ-ତୁଣ୍ଟିପାଣି ଗାଁ ମଝିରେ ଥିବା ରାସ୍ତା କଡରେ ଜଣେ ନାବାଳକର ମୃତଦେହ ପଡିଥିବାର ସୂଚନା ପାଇଥିଲା ବାଦମପାହାଡ଼ ପୁଲିସ । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଛାନ୍ଭିନ୍ ଆରମ୍ଭ କରିଥିଲା । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ସାଇଣ୍ଟିଫିକ ଟିମକୁ ସୂଚନା ଦିଆଯାଇଥିଲା । ମୃତ ନାବାଳକ ବାସାଘୁଟୁ ଗ୍ରାମର ଦଶରଥ ହେମ୍ବ୍ରମ ବୋଲି ଜଣାପଡିଛି । ସେ ଶନିବାର ଦିନ ଠାରୁ ନିଖୋଜ ଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0