spot_img

ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ନିଖୋଜ

ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ । ନଦୀରେ ନିଖୋଜ ହୋଇଥିବା ଯୁବକ ଜଣଙ୍କ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଆମ୍ବୁଜ ନଦୀରେ ଗାଧୋଉଥିବାବେଳେ ଅସାବଧାନତା ବଶତଃ ନଦୀରେ ଭାସି ଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଗ୍ରାମବାସୀ ନଦୀ କୂଳରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଗଣ୍ଡିଆରୁ ଦମକଳ ବାହିନୀ ପହଞ୍ଚି ନିଖୋଜ ଆମ୍ବୁଜଙ୍କୁ ନଦୀରେ ଖୋଜଖୋଜି କରିବା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular