ଢେଙ୍କାନାଳ: ରାଜ୍ୟରେ ଥମୁନି ଗୋଟିଏ ପରେ ଗୋଟିଏ ପିଲା ଚୋରିର ଘଟଣା । ପରୀ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୋଲିସର ଚିନ୍ତା ବଢ଼ାଇଛି ପିଲା ଚୋରି । ପିଲା ଚୋରିକୁ ନେଇ ଢେଙ୍କାନାଳରୁ ଆସିଛି ସାଙ୍ଘାତିକ ଦୃଶ୍ୟ । ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ଦିଆ ଯାଇଛି ନିସ୍ତୁକ ମାଡ । ଘଟଣା ଘଟିଛି ଢେଙ୍କାନାଳ ସହରର ଟାଉନ ଥାନା ଅନ୍ତର୍ଗତ ମୀନା ବଜାରରେ । ଯୁବକଙ୍କୁ ମାଡ ମାରି ଲହୁଲୁହାଣ କଲେ ସ୍ଥାନୀୟ ଲୋକେ ।ମୀନାବଜାର ନିକଟସ୍ଥ ଏକ ସାହି ଭିତରୁ ୫ ବର୍ଷର ଶିଶୁ କନ୍ୟାକୁ ଉଠାଇ ନେଉଥିବାର ଦେଖିବା ପରେ ସ୍ଥାନୀୟ ଲୋକେ ପ୍ରାୟ ୧କିଲୋମିଟର ପର୍ୟ୍ୟନ୍ତ ଯୁବକଙ୍କୁ ଗୋଡାଇ କାବୁ କରିଥିଲେ। ଉତ୍ୟକ୍ତ ଲୋକଙ୍କ ମାଡରେ ଲହୁ ଲୁହାଣ ହୋଇଛନ୍ତି ଯୁବକ ଜଣକ । ପରେ ଟାଉନ ଥାନା ପିସିଆର୍ ପହଞ୍ଚି ଯୁବକଙ୍କୁ ନିଜ ହେପାଜତକୁ ନେଇଛି । ଏ ନେଇ ସମଗ୍ର ଢେଙ୍କାନାଳରେ ଅଭିବାବକ ମାନଙ୍କ ମଧ୍ୟରେ ଏକପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଏ ନେଇ ଢେଙ୍କାନାଳ ପୋଲିସ ତଦନ୍ତ ଜାରି ରଖିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0