spot_img

ଭଞ୍ଜନଗରରେ ହାତୀ ଆତଙ୍କ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ବନଖଣ୍ଡ ଅଧୀନରେ ଥିବା ରମ୍ଭା ସେକ୍ସନର ବିଭିନ୍ନ ଗ୍ରାମରେ ହାତୀ ପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗତ ଏକ ମାସ ଧରି ଗ୍ରାମରେ ହାତୀପଲ ଉପଦ୍ରବ ଚଳାଇଛନ୍ତି ।

ପାଇତା ଗାଁ, ଭାଲୁ ଗୁଡା, ରମ୍ଭା, ଦଦର ଲୁଣ୍ଡା  ଆଦି ଜଙ୍ଗଲ ନିକଟ ଗ୍ରାମ ଗୁଡ଼ିକରେ ଦୀର୍ଘ  ଏକ ମାସ ଧରି ଚାଲିଛି ହାତୀଙ୍କ ଉପଦ୍ରବ ।  କେଉଁଠି ହାତୀପଲ ବିଲରେ ଧାନକୁ ଦଳି ଚକଟି ନଷ୍ଟ କରିଛନ୍ତି ତ କେଉଁଠି ଖଳାରେ ପଶି ଧାନ ଖାଉଛନ୍ତି। ବନବିଭାଗ କର୍ମଚାରୀଙ୍କୁ ଖବର ଦେଲେ ମଧ୍ୟ କେହି ଆସୁନାହାନ୍ତି। ଫଳରେ ଗାଁ ଲୋକେ ନିଜ ଉପାୟରେ ହାତୀକୁ ଘଉଡାଇବାକୁ ବାଧ୍ୟ ହେଉଛନ୍ତି ।

ହାତୀଙ୍କୁ ଡରି ଚାଷୀ ମାନେ ଧାନ ଫସଲ ଶୀଘ୍ର କାଟି ଘର ପାଖ ଖଳାରେ ରଖିଥିଲେ । କିନ୍ତୁ ଏବେ ହାତୀପଲ ଖଳାରେ ପସି ଧାନ ଖାଇ ପକାଉଛନ୍ତି ।  ଏନେଇ ଉତ୍ତର ଘୁମୁସର ବନଖଣ୍ଡ ଡିଏଫଓଙ୍କୁ ପଚାରିବାରୁ ସେ ଅଭିଯୋଗ ଆସିଲେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular