spot_img

ବେଆଇନ କୁକୁଡାପଡାରେ ପୁଲିସର ଚଢାଉ

ବେଆଇନ କୁକୁଡାପଡାରେ ପୁଲିସର ଚଢାଉ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧୀନରେ ଥିବା ଶିରିଶପାଳ ଫୁଟବଲ ପଡିଆରେ ବେଆଇନ ଭାବେ କୁକୁଡା ପଡା ଚାଲିଥିଲା । କୈାଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ପୁଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଫଳରେ କୁକୁଡା ଲଢେଇ କରୁଥିବା ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ । ସେମାନେ କୁକୁଡା ବାଜି ହିସାବରେ ହଜାର ହଜାର ଟଙ୍କା ବାଜି ଲଗାଇଥାନ୍ତି ଏବଂ ବହୁ ସମୟରେ ଗଣ୍ଡଗୋଳ ହେବାର କଥା ମଧ୍ୟ ସାମ୍ନାକୁ ଆସିଛି । ତେଣୁ ପୁଲିସ ଏନେଇ ଖୋଳତାଡ ଜାରି ରଖିଛି । କିଛି ଦିନ ପୂର୍ବରୁ ଜୁଆ ଖେଳକୁ ନେଇ ହରିଚନ୍ଦନପୁର ପୁଲିସ୍ ଓ ଜୁଆଡି ମଧ୍ୟରେ ଏକ ଅଡିଓ ଭାଇରାଲ ଘଟଣାରେ ଜଣେ ପୁଲିସ କନେଷ୍ଟବଳଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ଘଟଣା ନଜରକୁ ଆସିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular