spot_img

ପୁଣି ଚୋରା ଚାଲଣ ସମୟରେ ଗଞ୍ଜେଇ ଜବତ

ଜୟପୁର: ପୁଣି ଚୋରା ଚାଲଣ ସମୟରେ ଗଞ୍ଜେଇ ଜବତ । ମଶାରୀ ବୋଝେଇ ଟ୍ରକ ଭିତରୁ ଗଞ୍ଜେଇ ଜବତ କରିଛି ଜୟପୁର ସଦର ପୁଲିସ । ଜବତ ସମୟରେ ଗାଡିରୁ ୨୦୮.୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ଗତ କାଲି ସନ୍ଧ୍ୟାରେ ବୈପାରିଗୁଡା ରାସ୍ତାରୁ ଗୋଟିଏ ମଶାରୀ ବୋଝେଇ ଟ୍ରକ ଜବତ କରିଥିଲା ସ୍ଥାନୀୟ ପୁଲିସ । ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କଥା ସାମ୍ନାକୁ ଆସିଛି । ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ ଓ ଏସ ଆଇ ଏନ କେ ଟପୁ ଏବଂ ଟିମ୍ ପାତ୍ରପୁଟ ବ୍ରିଜ ପାଖରେ ଉପରୋକ୍ତ ଗାଡି ଅଟାକାଇ ତିନି ଜଣଙ୍କୁ ଅଟକ ରଖିଛି । ଅଟକ ୩ ଜଣ ହେଲେ ପ୍ରଦୀପ ଖେରି, ମୋନୁ କୁମାର ଓ ମହମ୍ମଦ ଆବିଦ । ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ପାଖରୁ ୩ ହଜାର ୨ଶହ ଟଙ୍କା ନଗତ ଓ ୫୩୫ ପକେଟ ମଶାରୀ ସହ ୨୦୮.୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୨୦ ଲକ୍ଷ ଟଙ୍କା ହେବ ବୋଲି ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular