ରାଜକନିକା : ପାଂଚ ହଜାର ଟଙ୍କା ଲଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ରାଜସ୍ୱ ନିରୀକ୍ଷକ । ରାଜକନିକା ତହସିଲ ଅଧିନସ୍ଥ ବିରାଡ଼ିଆ ସର୍କଲର ରାଜସ୍ୱ ନିରିକ୍ଷକ ଅନିତା ତରାଇ ଭିଜିଲାନ୍ସ ଜାଲରେ ପଡ଼ିଯାଇଛିନ୍ତି । ସୁଚନାରୁ ଜଣାପଡ଼ିଛି ରାଜକନିକା ବାରାଡ଼ିଆ ସର୍କଲର ଗୁଆଳିଗାଁର ସବିତା ମଳିକଙ୍କ ଠାରୁ ପାଂଚ ହଜାର ଲାଂଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଧରିଥିଲେ । ଦୀର୍ଘ ଦିନ ହେବ ସବିତା ମଳିକଙ୍କ ରିଜିମାଇଲ ଜାଗାକୁ କରାଇବା ପାଇଁ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତହସିଲଦାର ଏହି କାର୍ଯ୍ୟକୁ ଆର.ଆଇ ଅନିତା ତରାଇଙ୍କୁ ନିଦେ୍ର୍ଦଶ ଦେଇଥିଲେ ଘଟଣାର ତଦନ୍ତ କରି ନିଦେ୍ର୍ଦଶ ଦେବା ପାଇଁ । କିନ୍ତୁ ଆରଆଇ ଅନିତା ସବିତାଙ୍କୁ ପାଂଚ ହଜାର ଟଙ୍କା ଦେଲେ ସବୁ କାର୍ଯ୍ୟ କରିଦେବେ ବୋଲି କହିଥିଲେ । ସବିତା ଅତ୍ୟନ୍ତ ଗରିବ ହୋଇଥିବାରୁ ଟଙ୍କା ଦେବାକୁ ସକ୍ଷମ ନଥିଲେ । ସବିତା ଜଣେ ବନ୍ଧୁଙ୍କ ସହାୟତାରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଅଧିକରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ସବିତା ଆରଆଇଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଭିଜିଲାନ୍ସ ଆରଆଇ ଅନିତାଙ୍କ ଶାଶୁ ଓ ବାପ ଘରେ ଯାଂଚ କରୁଛନ୍ତି । ପୁର୍ବରୁ ମଧ୍ୟ ଅନିତା ଅନେକ ବେଆଇନ କାର୍ଯ୍ୟରେ ଲଂଚ ନେଉଥିବା ଅଭିଯୋଗ ରହିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0