ଅନୁଗୋଳ : ବିସ୍କୁଟ୍ ଦେଇ ନଦୀ ପଠାରେ ନାବାଳିକାକୁ ଦୁଷ୍କର୍ମ । ଏହି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ୧୦ ବର୍ଷର ନାବାଳିକା ଜଣକ ଘର ଆଗରେ ଦେଖି ବିସ୍କୁଟ ଦେବା ବାହାନାରେ ଦିଲେଶ୍ୱର ବେହେରା ନାମକ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ବ୍ରାହ୍ମଣୀ ନଦୀ ପଠାକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଘରକୁ ଆସି ନିଜ ମାଈଙ୍କୁ ସବୁ କଥା କହିଥିଲେ। ଏହି କଥା ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ଦିଲେଶ୍ୱରକୁ କାବୁ କରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ରେଙ୍ଗାଲି ଥାନା ପୁଲିସ ରାତିରେ ଗାଁକୁ ଯାଇ ଅଭିଯୁକ୍ତ ଦିଲେଶ୍ୱରଙ୍କୁ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଆଜି ଦିଲେଶ୍ୱରଙ୍କୁ ଗିରଫ କରିଛି ।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0