ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୌରପରିଷଦ ଅଧିନରେ ଥିବା ୱାଡ ନମ୍ବର ୨ ଗତିଗୁଡା ସାହିରୁ ଗତକାଲି ରାତିରେ ୧୦ ରୁ ଉର୍ଦ୍ଧ୍ବ ଚନ୍ଦନ ଗଛ ଚୋରି ହେଇଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। ସୂଚନା ଅନୁସାରେ ସାହି ର ସନ୍ଦର୍ୟ୍ୟ କୁ ବଢାଇବା ପାଇଁ ସାହି ର ଯୁବଗୋଷ୍ଠୀଙ୍କ ପ୍ରଚେଷ୍ଟାରେ ବିଭିନ୍ନ ପ୍ରକାର ଗଛ ଲଗାଇଛନ୍ତି ତା ମଧ୍ୟରୁ ଚନ୍ଦନ ଗଛ ଅନ୍ୟତମ। କିନ୍ତୁ ଗତ ରାତ୍ରରେ କେତେଜଣ ଦୁର୍ବୁତ୍ତ ୧୦ ଉର୍ଦ୍ଧ ଚନ୍ଦନ ଗଛକୁ କାଟି ଚନ୍ଦନ ଗଛ ର ମୂଳ ଭାଗ କୁ ନେଇ ଯାଇଛନ୍ତି ଓ ଡାଳ ଗୁଡିକ ତଳେ ପଡିଥିବା ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଗତ ମଧ୍ୟ ରାତ୍ରରେ ଗଛ କାଟିବାର ଶବ୍ଦ ପାଇ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ କିନ୍ତୁ ଦୁର୍ବୁତ୍ତ ଘର ବାହାରୁ ଗେଡା ପକାଇଥିବା ରୁ ଆସିବା ସମ୍ଭବ ହୋଇନଥିଲା। ବର୍ତ୍ତମାନ ବନବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି।



Visitors Today : 3
Total Visitors : 130461
Total Views : 9892000
Visitors Online Now : 0