ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଗାଇଡ୍ଲାଇନ୍ ଅନୁସାରେ, ସମ୍ପୃକ୍ତ ଯାତ୍ରୀମାନେ ନିଜ ବ୍ୟୟରେ ୭ ଦିନ ସରକାରୀ କ୍ବାରେଣ୍ଟିନ୍ରେ ରହିବା ପରେ ଆଉ ଗୋଟିଏ ସପ୍ତାହ ହୋମ୍ କ୍ବାରେଣ୍ଟିନ୍ରେ ରହିବେ। ଏହି ନିୟମ ସେମାନେ ମାନିବା ପାଇଁ ଯାତ୍ରୀମାନଙ୍କୁ ଏକ ଅଙ୍ଗୀକାରପତ୍ର ବା ଅଣ୍ଡର୍ଟେକିଙ୍ଗ୍ରେ ସ୍ବାକ୍ଷର କରିବାକୁ ପଡ଼ିବ। ଟିକେଟ୍ ବୁକିଙ୍ଗ୍ କନ୍ଫର୍ମ ହେବା ପୂର୍ବରୂ ସ୍ୱାକ୍ଷରିତ ଅଣ୍ଡରଟେକିଙ୍ଗକୁ ଦରିଆପାରି ଦୂତାବାସକୂୁ ପଠାଇ ଦିଆଯିବ ବୋଲି ବିମାନ କର୍ତ୍ତୁପକ୍ଷ କହିଛନ୍ତି । ମାର୍ଗଦର୍ଶିକା ଅନୁସାରେ ଯେଉଁମାନେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ରହିବାକୁ ଯୋଜନା କରିଥିବେ, ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ ।

ବିମାନ ବନ୍ଦର ସ୍ବାସ୍ଥ୍ୟ କର୍ମଚାରୀ ଏବଂ ପରେ ଦିଲ୍ଲୀ ସରକାରୀ ପୋଷ୍ଟ୍ରେ ଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ଯିବାକୁ ଅନୁମତି ମିଳିବ । ଅନ୍ତଃସତ୍ତ୍ବା ମହିଳା, ପରିବାରରେ କାହାରି ମୃତ୍ୟୁ ହୋଇଥିବା ବ୍ୟକ୍ତି, ସାଙ୍ଘାତିକ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ୧୦ ବର୍ଷ କମ୍ ବୟସ୍କ ପିଲାର ପିତାମାତା ଭଳି ଚାରି ଶ୍ରେଣୀର ଯାତ୍ରୀମାନଙ୍କ ପ୍ରତି ଉପରୋକ୍ତ ନିୟମ ଲାଗୁ ହେବ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାଇରସ୍ ସଂକ୍ରମଣ ରୋକିବାକୁ ମାର୍ଚରୁ ଭାରତ ସରକାର ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି । କେବଳ ବନ୍ଦେ ଭାରତ ମିସନ୍ ଜରିଆରେ ବିଦେଶରେ ଅଟକି ରହିଯାଇଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆନ୍ତର୍ଜାତିକ ବିମାନ ଚଳାଚଳ ହେଉଛି। ସେହିଭଳି ଭାରତରେ ଥିବା ବିଦେଶୀ ନାଗରିକଙ୍କୁ ନେବା ପାଇଁ ସମ୍ପୃକ୍ତ ଦେଶମାନଙ୍କର ବିମାନ ମଧ୍ୟ ଭାରତକୁ ଆସୁଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0