spot_img

ଶପଥ ନେଲେ ୪ ଓଡ଼ିଆ ସାଂସଦ

ଭୁବନେଶ୍ୱର : ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟ ଆଜି ଶପଥ ଗ୍ରହଣ କଲେ । ସୁବାସ ସିଂହ ,ମୁନ୍ନା ଖାଁ ,ମମତା ମହାନ୍ତି ଏବଂ ସୁଜିତ କୁମାର ଆଜି ରାଜ୍ୟସଭା ସଭ୍ୟ ଭାବେ ଶପଥ ନେଲେ । ଓଡ଼ିଆରେ ଶପଥ ନେଲେ ସମସ୍ତ ସାଂସଦ । ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ୪ଜଣ ଯାକ ସଦସ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ହେଲେ କରୋନା ଲକଡ଼ାଉନ ଲାଗୁ ହେବାରୁ ସେମାନେ ଦିଲ୍ଲୀ ଯାଇ ଶପଥ ନେଇ ପାରିନଥିଲେ । ସାଂସଦର ଅଧିବେଶନ ଚାଲୁ ନଥିବାରୁ ରାଜ୍ୟସଭା ହାଉସ ଚାମ୍ବରରେ ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ ।

ଓଡ଼ିଶାର ୪ଜଣ ସଦସ୍ୟଙ୍କ ସମେତ ଆଜି ପ୍ରାୟ ୪୩ ଜଣ ସାଂସଦ ଶପଥ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର ୧୮ଜଣ, କଂଗ୍ରେସର ୧୦ଜଣ , ୱାଇଏସ୍ଆର କଂଗ୍ରେସର ୪ଜଣ ଅଛନ୍ତି । ତେବେ ତୃଣମୂଳ କଂଗ୍ରେସ ଓ ଡ଼ିଏମକେ ଦଳ କରୋନା ପାଇଁ ଶପଥ ଗ୍ରହଣରୁ ନିଜକୁ ଦୂରେଇ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular