spot_img

ନ୍ୟୁଜଲାଣ୍ଡର କ୍ଲିନ୍ ସୁଇପ

ନ୍ୟୁଜଲାଣ୍ଡ : ନ୍ୟୁଜଲାଣ୍ଡରେ କ୍ଲିନ ସୁଇପ । ସ୍ଥାନୀୟ ବେସିନ ରିଜର୍ଭଠାରେ ଚାଲିଥିବା ଦି୍ୱତୀୟ କ୍ରିକେଟ ଟେଷ୍ଟ ମ୍ୟାଚରେ ନୁ୍ୟଜଲାଣ୍ଡ ଏକ ଇନିଂସ ଓ ୧୨ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଏଥିସହିତ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜ୨-୦ରେ କ୍ଲିନ ସୁଇପ ବିଜୟ ହାସଲ କରିଥିବା ବେଳେ ବିଶ୍ୱ କ୍ରିକେଟ ଟେଷ୍ଟ ର୍ୟାଙ୍କିରେ ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ସହ ଯୋଗଦେଇଛି । ମ୍ୟାଚରେ ଫଲୋଅନ ହୋଇଥିବା ୱେଷ୍ଟଇଣ୍ଡିଜ ସୋମବାର ଚତୁର୍ଥ ଦିବସରେ ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୪୪/୬ରୁ ଖେଳ ଆରମ୍ଭ କରିଥିଲା । ଦଳ ୩୧୭ ରନରେ ଅଲଆଉଟ ହୋଇଯାଇଥିଲା । ୨-୦ରେ ସିରିଜ ବିଜୟ ଦ୍ୱାରା ଆଇସିସି ବିଶ୍ୱ ପଏଣ୍ଟ ସଂଖ୍ୟା ସମାନ ହୋଇସାରିଛି । ନୁ୍ୟଜଲାଣ୍ଡ ଆହୁରୀ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଷ୍ଟାଣ୍ଡିଂରେ ଇଂଲଣ୍ଡକୁ ହଟାଇ ତୃତୀୟ ସ୍ତାନ ଅଧିକାର କରିନେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular