spot_img

ବିବାଦରେ ୱେବସିରିଜ ‘ଆଶ୍ରମ’

ମୁମ୍ବାଇ: ବିବାଦରେ ୱେବସିରିଜ ‘ଆଶ୍ରମ’ । ଏନେଇ ନିଦେ୍ର୍ଦଶକ ପ୍ରକାଶ ଝା ଏବଂ ବବି ଦେଓଲଙ୍କୁ ଯୋଧପୁରର ଏକ କୋର୍ଟ ନୋଟିସ ପଠାଇଛି । ସିରିଜରେ ଲୋକଙ୍କ ଧାର୍ମିକ ଭାବାନାକୁ ଆଘାତ ପହଞ୍ଚାଇଥିବା ନେଇ ଅଭିଯୋଗ ହୋଇଥିଲା । କିନ୍ତି ଏହି ଅଭିଯୋଗକୁ ପ୍ରକାଶ ଝା ଓ ବବି ଦେଓଲ ଖଣ୍ଡନ କରିଛନ୍ତି । ଏବିଷୟରେ ବବି ନିଜର ମନ୍ତବ୍ୟ ଦେଇ କହିଛନ୍ତି ଧର୍ମ ନାଁରେ ଠକୁ ଥିବା ବାବାକୁ ନେଇ ୱେବସିରିଜ ତିଆରି ହୋଇଛି । ବର୍ତ୍ତମାନ ସୁଦ୍ଧା ଏହାକୁ ୪୦୦ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୧ ଜାନୁଆରୀରେ ହେବାକୁ ଥିବା ବେଳେ ଦୁହେଁ କୋର୍ଟଙ୍କ ନୋଟିସର ଜବାବ ରଖିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular