spot_img

ଟ୍ରକ୍ ବାଇକ୍ ମୁହାଁମୁହିଁ ଧକ୍କା

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ଗାନ୍ଧୀ ଛକ ନିକଟରେ ବାଇକ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ କାଳିଆପାଣି ଗାଁର ହାଡିବନ୍ଧୁ ନାୟକ ଏବଂ ଗୁରୁତରଙ୍କ ମଧ୍ୟରୁ ଜଣେ ମନ୍ମଥ ଦେହୁରୀ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କର ପରିଚୟ ମିଳିପାରିନାହିଁ । ସମସ୍ତ ଗୁରୁତର କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ମଧ୍ୟ ଫେରାର ହୋଇଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular