କଟକ: ଓଡିଶା କ୍ରିକେଟ ଆସୋସିଏସନ ଆନ୍ତଃଜିଲ୍ଲା ପୁରୁଷ ଟି୨୦ କ୍ରିକେଟ ଲିଗ ଭୁବନେଶ୍ୱର ଓ କଟକର ୯ଟି ଭେନୁ୍ୟରେ ଆରମ୍ଭ ହୋଇଯାଇଛି । ତେବେ ପ୍ରଥମ ଦିନରେ ଓସିଓ ସଭାପତି ପଙ୍କଜ ଲୋଚନ ମହାନ୍ତି କିଟ ଗ୍ରାଉଣ୍ଡରେ ଏବଂ ସମ୍ପାଦକ ସଞ୍ଜୟ ବେହେରା ବାରବାଟୀ ଷ୍ଟାଡିୟମରେ ଲିଗର ଉଦଘାଟନୀ କରିଛନ୍ତି । ପ୍ରଥମ ଦିନରେ ମୋଟ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି । ଏଥିରେ କଟକ-ଏ, ରାଉରକେଲା, ନୟାଗଡ, ଯାଜପୁର, ସୋନପୁର, ମୟୁରଭଞ୍ଜ, ଭୁବନେଶ୍ୱର-ଏ, ଭୁବନେଶ୍ୱର-ବି, ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ,କନ୍ଧମାଳ, ଇକୋର୍ସା, କଟକ-ବି, ଗଞ୍ଜାମ, ଢେଙ୍କାନାଳ, କୋରାପୁଟ ଓ ନବରଙ୍ଗପୁର ଦଳ ବିଜୟ ହାସଲ କରିଛି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0