ଆଡିଲେଡ୍ ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବା/ରାତ୍ର ଟେଷ୍ଟ ଗୁରୁବାର ଖେଳାଯିବ । ଏଥିପାଇଁ ଚୂଡାନ୍ତ ଭାରତୀୟ ଏକାଦେଶରେ ରିଷଭ ପନ୍ତ ଓ ରିଦ୍ଧିମାନ ଶାହାଙ୍କ ମଧ୍ୟରୁ କାହାରିକୁ ନିଆଗଲେ ଭଲ ହେବ ସେଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ବିଚାର ଆଲେଚନା ଚାଲିଛି । ତେବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କୋଚ ମାନେ ଉଭୟ ସାହା ଓ ପନ୍ତଙ୍କ ପ୍ରଦର୍ଶନକୁ ବିଚାର କରି ଦେଖିବେ । ଅଷ୍ଟ୍ରେଲିଆ ଏ ବିପକ୍ଷ ପ୍ରଥମ ଟୁର୍ ମ୍ୟାଚ ବେଳେ ଭାରତ ୧୪୩/୯ ସ୍କୋରରେ ସଙ୍କଟରେ ପଡିଥିବାବେଳେ ସାହା ୫୫ ରନ ସ୍କୋର କରିଥିଲେ । ତାଙ୍କ ପରାମର୍ଶରେ ଯୁବ କେଳାଳି କାର୍ତ୍ତୀକ ତ୍ୟାଜୀ କ୍ରିଜରେ ଧୈର୍ଯ୍ୟର ସହ ମହଜୁଦ ରହିଥିଲେ ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0