ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳରେ ଦୁଇଟି ଦୁର୍ଘଟଣା ଘଟିଛି। ବାଉଁଶୁଣି ହୋଣ୍ଡା ସୋରୁମ ସାମ୍ନାରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ସୋନପୁର ଅଭିମୁଖେ ଯାଉଥିବା ଏକ ବାଇକ ପିଟି ହୋଇ ଘଟଣା ସ୍ଥଳରେ ହିଁ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ଦୁର୍ଘଟଣାଟି ଘଟିଥିବା କୁହାଯାଉଛି। ଚାଳକର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଖବର ପାଇ ବାଉଁଶୁଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବାଉଁଶୁଣି ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲା। ପୁଲିସ ତଦନ୍ତ ଜାରି ରଖିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0