spot_img

ଗଛରେ ଝୁଲୁଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ରେମୁଣା :  ଗଛରେ ଝୁଲୁଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଶ୍ରୀକୃଷ୍ଣପୁର ଗାଁରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ସେପଟେ ବାପା ହତ୍ୟା କରିଥିବା ଅଭିଯୋଗା ଆଣିଲେ ପୁଅ ଓ ଝିଅ

ଖବର ଅନୁଯାୟୀ,  ଶ୍ରୀକୃଷ୍ଣପୁର ଆଦିବାସୀସାହି ଅଂଚଳର ଶିବାନୀ ସିଂ । ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ହୋଇଯିବା ପରେ ଦ୍ୱିତୀୟ ବିବାହ କରିଥିଲେ। ୬ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କର ପରିବାର। ହେଲେ ଦ୍ୱିତୀୟ ସ୍ୱାମୀଙ୍କ ସହ ଦୈନିକ ବିବାଦ ଲାଗି ରହିଥିଲା। ସେହିପରି ଗତକାଲି ମଧ୍ୟ ଶିବାନୀ ଓ ଉମେଶଙ୍କ ସହ ଝଗଡା ହୋଇଥିଲା । ଉମେଶ ତାଙ୍କ ମାଆକୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଶିବାନୀଙ୍କ ପୁଅ ଓ ଝିଅ। ଏନେଇ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରାଯାଇଥିଲା ।

ଶିଳ୍ପାଞ୍ଚଳ ପୋଲିସ ସାଇଣ୍ଟିଫିକ ଟିମ ସହ ପହଂଚି ମୃତଦେହକୁ ଗଛରୁ କାଢିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି। ତେବେ ଏହି ଘଟଣାରେ ଦୁଇ ଝିଅଙ୍କ ଅଭିଯୋଗ କ୍ରମେ ପୋଲିସ ଉମେଶକୁ ଥାନାକୁ ନେଇ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଏହି ହତ୍ୟା ପଛରେ କାହାର କାହାର ସମ୍ପୃକ୍ତି ଅଛି । ସେନେଇ ମଧ୍ୟ  ପୋଲିସ ସନ୍ଧାନ ଜାରି ରଖିଥିବା ସୂଚନା ଦେଇଛନ୍ତି ତଦନ୍ତକାରି ଅଫିସର।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular