ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ କ୍ଷେତ୍ର ପାଇଁ ୧୮୯.୪୨ କୋଟି ଟଙ୍କାର ଏକ ପ୍ୟାକେଜକୁ ଆଜି ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ୟାକେଜରେ ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଅନ୍ତର୍ଭୁକ୍ତ କରାଯାଇଛି। ଯେପରିକି ସୁଧ ସବଭେନସନ, ଟପ୍ ଅପ୍ ସବସିଡି, ରାଜ୍ୟ ଜିଏସଟିର ଫେରସ୍ତ ଏବଂ ବାର୍ଷିକ ଅନୁଷ୍ଠାନ ରକ୍ଷଣାବେକ୍ଷଣ ଦେୟ ଛାଡ ଇତ୍ୟାଦି।କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟ ଅପ୍ରତ୍ୟାଶିତ ଆହ୍ଵାନରୁ ମୁକ୍ତି ପାଇବା ପାଇଁ ଏହା ରାଜ୍ୟର ଏମଏସଏମଇ କ୍ଷେତ୍ରରେ ବିଭିନ୍ନ ଉଦ୍ୟୋଗୀ, ମୁଖ୍ୟତଃ ମହିଳା ଏବଂ ସମାଜର ଦୁର୍ବଳ ବର୍ଗକୁ ସହାୟତା ଯୋଗାଇ ଦେବାକୁ ଏହି ପ୍ୟାକେଜ୍ରେ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ୧୭୦୦୦୦ ଏମଏସଏମଇ ୟୁନିଟ ଉପକୃତ ହେବେ। ଏହି ନୂତନ ପ୍ୟାକେଜ ଅନୁଯାୟୀ, ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ ଅନ୍ତର୍ଗତ ସରକାର ଏମଏସଏମ ଇଗୁଡିକ ପାଇଁ ଏକ ସୁଧ ସବଭେନ୍ସନ୍ ପ୍ରଦାନ କରିବେ। ଏହି ପ୍ୟାକେଜ୍ରେ ସରକାର ପ୍ରଥମ ପର୍ୟ୍ୟାୟରେ ୧୦୮.୨୯ କୋଟି ରିଲିଜ୍ କରିଛନ୍ତି। ଏହି ଅର୍ଥ ମଧ୍ୟରୁ ୪୦ ପ୍ରତିଶତ ଯୋଗ୍ୟ ମହିଳାଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଏମଏସଏମଇ ଚଳାଉଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପିଏମଇଜିପି ଅଧୀନରେ, ଦୁର୍ବଳ ବର୍ଗଙ୍କ ପାଇଁ ଟପ-ଅପ ସବସିଡି ର୍ନିଦ୍ଦିଷ୍ଟ ନିୟମ ଅନୁଯାୟୀ ପ୍ରୋତ୍ସାହକଙ୍କ ଅବଦାନ ଭାବରେ ୫ ପ୍ରତିଶତ ପ୍ରଦାନ କରାଯିବ। ଏଥିପାଇଁ ୨୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ମହାମାରୀ ସଙ୍କଟକୁ ସାମ୍ନା କରିବାରେ ଏହା ଦୁର୍ବଳ ବିଭାଗ ମାନଙ୍କୁ ଉପାୟରେ ସାହାଯ୍ୟ କରିବ। ପିଏମଏଫଏମଇ ଅଧୀନରେ କାର୍ୟ୍ୟ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପାଇଁ, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା, ୬୦:୪୦ ଆଧାରରେ, ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୦୦୦ ୟୁନିଟକୁ ୧୫% ଅତିରିକ୍ତ ଟପ ଅପ ସବସିଡି ଦିଆଯିବ। ଏହି ଯୋଜନା ଅଧୀନରେ ଟପ ଅପ ସବସିଡି ପାଇଁ ୧୦ କୋଟି ଟଙ୍କା ଦିଆଯିବ। ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା କୋଭିଡ୍-୧୯ ସହାୟତା ପ୍ୟାକେଜ ହେଉଛି ଅନ୍ୟ ଏକ ସହାୟତା ବ୍ୟବସ୍ଥା ଯାହା ନାନୋ ଏବଂ ମାଇକ୍ରୋ ଏଣ୍ଟରପ୍ରାଇଜେସ ପାଇଁ ସହାୟକ ହେବ। ଏଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମାଧ୍ୟମରେ ୧୦୦ କୋଟି ଉପଲବ୍ଧ ହେବ। ନିକଟରେ ରାଜ୍ୟ କ୍ୟାବିନେଟ ଦ୍ୱାରା ଅନୁମୋଦିତ ସଂଶୋଧିତ ଆଇପିଆର ଅନୁଯାୟୀ, ଜୁଲାଇ ୧, ୨୦୧୭ରୁ ମାର୍ଚ୍ଚ ୩୧, ୨୦୨୦ ପର୍ୟ୍ୟନ୍ତ ୧୭୫ଟି ଉଦ୍ୟୋଗ ରାଜ୍ୟ ଜିଏସଟି ଫେରସ୍ତ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ୩୮.୩୦ କୋଟି ବଣ୍ଟନ କରାଯିବ।



Visitors Today : 3
Total Visitors : 130184
Total Views : 9891635
Visitors Online Now : 0