spot_img

ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟରେ ବଡ଼ ଧରଣର ଦୁର୍ନୀତି । ଏପରି ଅଭିଯୋଗ ଆଣିଛନ୍ତି ଜୟପୁର ବ୍ଲକ ଅନ୍ତା ପଞ୍ଚାୟତ ରାଣୀପୁଟ ଗ୍ରାମବାସୀ ମାନେ । ଦୀର୍ଘ ଦିନ ଧରି ଏହି ଗ୍ରାମରେ ଏକ ଅଙ୍ଗନବାଡ଼ି ଗୃହ ନିର୍ମାଣ ହୋଇପାରୁ ନାହିଁ । ଗୃହ ନଥିବାରୁ ୮ବର୍ଷ ଧରି ଅଙ୍ଗନବାଡଟି ଭଡ଼ାଘରେ ଚାଲିଆସୁଛି । ୨୦୧୨ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ଯାଏଁ ସଂପୂର୍ଣ୍ଣ ହୋଇନି । ଏହି ଗୃହ ନିର୍ମାଣ କାର୍ଯ୍ୟ ଜୟପୁର ବ୍ଲକ ଅନ୍ତା ପଞ୍ଚାୟତରେ ଥିବା ଭାରପ୍ରାପ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଦିଆଯାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଏହା ସଂପୂର୍ଣ୍ଣ ହୋଇନାହିଁ । ତେବେ ଏନେଇ ଜୟପୁର ବ୍ଲକ ଶିଶୁ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି କାର୍ଯ୍ୟ ଚାଲିଛି ଖୁବଶୀଘ୍ର ଶେଷ ହୋଇଯିବ । କିନ୍ତୁ ଏଥିରେ କିଛି ସରକାରୀ କର୍ମଚାରୀମାନେ ଦୁର୍ନୀତିରେ ଲିପ୍ତ ରହି ଅର୍ଥ ହଡ଼ପ କରୁଥିବା ଅଭିଯୋଗ ଆଣିଛନ୍ତ ରାଣୀପୁଟ ଗ୍ରାମବାସୀ ମାନେ । ଯେଉଁଥି ପାଇଁ କାମରେ ବିଳମ୍ବ ହେଉଛି ।
ବାଇଟ୬:

LEAVE A REPLY

Please enter your comment!
Please enter your name here

- Advertisment -

Most Popular