ନୂଆଦିଲ୍ଲୀ: ୨୦୨୧ମସିହା ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। ଏ ନେଇ କିଛି ଦିନ ତଳେ ଭାରତ ପକ୍ଷରୁ ବୋରିସ୍ ଜନସନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଏବେ ବୋରିସ ଜନସନ ଭାରତର ନିମନ୍ତ୍ରଣକୁ ଗ୍ରହଣ କରିଥିବା ଜଣାପଡ଼ିଛି। ମଙ୍ଗଳବାର ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ବୋରିସ ଜନସନ ଭାରତର ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ଜନସନ ଜାନୁଆରୀ ୨୦୨୧ରେ ଭାରତ ଗସ୍ତ କରିବେ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବେ। ଅନ୍ୟ ପକ୍ଷରେ ବ୍ରିଟେନର ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ବୋରିସ୍ ଜନସନ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଜି -୭ ସମ୍ମିଳନୀରେ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0