୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା । ଦେଶରେ ୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା ଘଟୁଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ପକ୍ଷରୁ ପ୍ରକାଶିତ ହୋଇତିବା ରିପୋର୍ଟରେ ,ହା ଉଲ୍ଲେଖ କରାଯାଇଛି । ବିହାର, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଏଭଳି ମାମଲା ଘଟୁଛି । ଏସବୁ ରାଜ୍ୟରେ ୧୫ରୁ ୧୯ ବର୍ଷ ବୟସ ମଧ୍ୟରେ ଭର୍ଗବତୀ ହୋଇଥିବା ଘଟଣା ଘଟିଛି । ପଶ୍ଚିମବଙ୍ଗରେ ସର୍ବାଧିକ ୪୧.୬ ପ୍ରତିଶତ ଏଭଳି ଘଟଣା ଘଟୁଥିବାବେଳେ ବିହାରରେ ୪୦.୮ ପ୍ରତିଶତ ଏବଂ ତ୍ରିପୁରାରେ ୪୦.୧ ପ୍ରତିଶତ ଘଟଣା ଘଟୁଛି । ସେଥିମଧ୍ୟରୁ ୧୮ ବର୍ଷରୁ କମ ବୟସରେ ବିବାହ ହୋଇଥିବା ଘଟଣା ୩୧.୮ ପ୍ରତିଶତ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0