ଆଡିଲେଡ: ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ଟେଷ୍ଟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୈତୃକ ଛୁଟିରେ ଘରକୁ ଫେରିବେ। ଭାରତୀୟ ଦଳ ସୀମା-ଗାଭାସ୍କର ଟ୍ରଫିକୁ ଜିତିବା ଲକ୍ଷ୍ୟରେ ରଖିଥିବାବେଳେ କ୍ୟାପଟେନ କୋହଲି ବିଶ୍ୱ ରେକର୍ଡ ସୃଷ୍ଟି କରିବାର ଦ୍ୱାରସ୍ଥ ହୋଇଛନ୍ତି।
ତେବେ ବିରାଟ କୋହଲି ଏକ ଶତକ ହାସଲ କରିବା ମାତ୍ରେ ତାଙ୍କ ସୁବର୍ଣ୍ଣ କ୍ରିକେଟ୍ କ୍ୟାରିୟରରେ ଆଉ ଏକ ସଫଳତା ଯଡିହୋଇଯିବ । । ୩୨ ବର୍ଷୀୟ କୋହଲି ଅନ୍ତର୍ଜାତୀୟ କ୍ରିକେଟ ସବୁ ଫମାର୍ଟର କ୍ୟାପଟେନ ଭାବରେ ମୋଟ ୪୧ ଶତକ କରିଛନ୍ତି । ଏହା ସହ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ରିକି ପଣ୍ଟିଙ୍ଗଙ୍କ ସହ ସମାନ ରେ ଅଛନ୍ତି । ତେବେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଆଡିଲେଡ ଟେଷ୍ଟ ମ୍ୟାଚରେ କୋହଲି ଏକ ଶତକ କରିବାରେ ସଫଳ ହେଲେ ସେ ରିକି ପଣ୍ଟିଙ୍ଗଙ୍କ ରେକର୍ଡକୁ ଭାଙ୍ଗିବାରେ ସମର୍ଥ ହେବେ ।




Visitors Today : 0
Total Visitors : 130175
Total Views : 9891622
Visitors Online Now : 0