ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ମାସ୍କ୍ ଆମ ଜୀବନର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଯାଇଛି । ପୂର୍ବରୁ ଉଚ୍ଚମାନର ଏନ୍- ୯୫ ମାସ୍କ୍ ପିନ୍ଧିବାକୁ ପରାମର୍ଶ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ନିଶ୍ୱାସପ୍ରଶ୍ୱାସ ନେବା ପାଇଁ ଭଲ୍ବ ରହିଥିବା ଏହି ମାସ୍କ ପିନ୍ଧିବା ଉପରେ କେନ୍ଦ୍ର ସରକାର ସତର୍କତା ଜାରି କରିଛନ୍ତି । ଏପରି ମାସ୍କ ପିନ୍ଧିବା ଦ୍ୱାରା କରୋନା ଭୂତାଣୁର ମୁଖମଣ୍ଡଳ ସଂକ୍ରମଣକୁ ଦୂରେଇ ହେବନାହିଁ ଓ କଣ୍ଟେନମେଣ୍ଟ୍ ପାଇଁ ନିଆଯାଉଥିବା ପଦକ୍ଷେପ ପ୍ରତି ଏହା କ୍ଷତିକାରକ ବୋଲି ମଧ୍ୟ କୁହାଯାଇଛି । କେନ୍ଦ୍ର ସରକାର କେହି ଏପରି ମାସ୍କ ନପିନ୍ଧିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ସ୍ବାସ୍ଥ୍ୟ ସେବାର ମହାନିର୍ଦ୍ଦେଶକ ରାଜୀବ ଗର୍ଗ ପ୍ରତି ରାଜ୍ୟର ସ୍ବାସ୍ଥ୍ୟ ସଚିବମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଅନେକ ସ୍ଥଳରେ ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟତୀତ ସାଧାରଣ ଲୋକେ ବିଶେଷ କରି ଅଳିନ୍ଦଯୁକ୍ତ ଏନ୍-୯୫ ମାସ୍କର ଅଯଥା ବ୍ୟବହାର କରୁଛନ୍ତି। ମାତ୍ର ମୁହଁରୁ କରୋନା ଭୂତାଣୁ ଖସି ପଳାଇବା ଦିଗରେ ଉକ୍ତ ଅଳିନ୍ଦଯୁକ୍ତ ମାସ୍କ ପ୍ରତିରୋଧ କରିପାରେନାହିଁ। ତେଣୁ ଏହା ପରୋକ୍ଷରେ ସଂକ୍ରମଣକୁ ବଢ଼ାଇବ ବୋଲି ଶ୍ରୀ ଗର୍ଗ କହିଛନ୍ତି। ଅପରପକ୍ଷେ, ତାହା ବଦଳରେ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ସୁପାରିସ କରିଥିବା ଘରତିଆରି ତିନି ପରସ୍ତବିଶିଷ୍ଟ ନାକ ଓ ପାଟି ଘୋଡ଼ାଇଲା ପରି ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0