ରାୟଗଡ଼ା : ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରଥମେ ସମ୍ବଲପୁର ୧୦ ଦିନ ଓ ପରେ ରାୟଗଡ଼ା ଜିଲ୍ଲା ୭ଦିନ ପାଇଁ ସଟଡ଼ାଉନ ଘୋଷଣା କରାଯାଇଛି । ଆସନ୍ତା କାଲିଠୁ ୨୯ ତାରିଖ ଯାଏଁ ସଟଡ଼ାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ସଟଡ଼ାଉନ ଘୋଷଣା କଲେ ଜିଲ୍ଲାପାଳ । ରାୟଗଡ଼ା ଜିଲ୍ଲାରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି ଦିନକରେ ୯୬ ପଜିଟିଭ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଛି । ୯୬ ଚିହ୍ନଟକୁ ମିଶାଇ ଜିଲ୍ଲରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯ରେ ପହଞ୍ଚିଛି । ପରିସ୍ଥିତି ସଂଗୀନ ହେବା ପୂର୍ବରୁ ନିୟନ୍ତ୍ରଣ କରିବା ପାଇଁ ଜିଲା୍ଲରେ ସଟଡ଼ାଉନ ଘୋଷଣା କରାଯାଇଛି । ସଟଡ଼ାଉନ ମାନିବାପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ



Visitors Today : 3
Total Visitors : 130169
Total Views : 9891615
Visitors Online Now : 0