ଢେଙ୍କାନାଳ: କାଲି ନିଖୋଜ ୩ ବର୍ଷର ପୁଅ ଆୟୁଷର ଆଜି ମିଳିଲା ମୃତଦେହ । ନିଖୋଜର ୨୪ ଘଂଟା ନ ପୁରୁଣି ପୁଣି ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ । ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ନିଖୋଜ ପୁଅ ଆୟୁଷର ଆଜି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜୟନ୍ତଙ୍କ ପୁଅ ଆୟୁଷ ସନ୍ଧ୍ୟା ୭ଟା ସମୟରେ ଜେଜେମା ସହିତ ଦାଣ୍ଡରେ ଖେଳୁଥିବାବେଳେ ହଠାତ ଗାଏବ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ନ ମିଳିବାରୁ ଥାନାରେ ଏତଲା ଦିଆଯାଇଥିଲା । ପରେ ଆଜି ପାଖ ଗାଁର କୂଅରୁ ପୁଅର ମୃତଦେହ ଭାସୁଥିବାରେ ଦେଖିଥିଲେ ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁସାରେ, ଆୟୁଷର ମୁଣ୍ଡରେ କ୍ଷତ ଚିହ୍ନ ରହିଛି । କେହି ହତ୍ୟା କରି ଆୟୁଷଙ୍କୁ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନିହଲପ୍ରସାଦ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0