ନୂଆଦିଲ୍ଲୀ: ମଡର୍ଣ୍ଣା ଟିକାକୁ ମିଳିବ ଆମେରିକୀୟ ସ୍ବୀକୃତି । ଦୁଇ ବର୍ଷ ଯାଏ ରୋଗ ପ୍ରତିରୋଧକତା ଦେବ ସ୍ପୁଟନିକ୍-ଭି । ତିନି ତିନିଟି ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ହାସଲ କରିଥିବା ଫାଇଜର ଟିକାକୁ ଏବେ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ମଡର୍ଣ୍ଣା କମ୍ପାନି ଦ୍ବାରା ବିକଶିତ ଟିକାକୁ ଖୁବ୍ ଶୀଘ୍ର ଆମେରିକାର ସ୍ବୀକୃତି ମିଳିବାକୁ ଥିବା ବେଳେ ରୁଷୀୟ ଟିକା ସ୍ପୁଟନିକ୍-ଭି ମନୁଷ୍ୟ ଶରୀରରେ ଦୀର୍ଘ ଦୁଇ ବର୍ଷ ଯାଏ ରୋଗପ୍ରତିରୋଧକତା ବିକଶିତ କରିପାରିବ ବୋଲି ଜଣାଯାଇଛି। ଫାଇଜର ଓ ଅନ୍ୟାନ୍ୟ ଟିକା ମାତ୍ର ୪ରୁ ୬ ମାସ ଯାଏ ରୋଗପ୍ରତିରୋଧକତା ସୃଷ୍ଟି କରି ପାରୁଥିବା ବେଳେ ସ୍ପୁଟନିକ୍-ଭି ଦୀର୍ଘ ଦୁଇ ବର୍ଷ କାଳ ରୋଗପ୍ରତିରୋଧକତା ବିକଶିତ କରିପାରିବ ବୋଲି ଏହାର ନିର୍ମାତା ଗମାଲେଇ ପ୍ରତିଷ୍ଠାନ ପକ୍ଷରୁ ଦାବି କରାଯାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0