କେନ୍ଦୁଝର: କିଛି ମାସ ବ୍ୟାବଧାନରେ ପୁଣି ଫେରିଲେ ଝାଡଖଣ୍ଡି ହାତୀ ପଲ, କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡ ସାହାରପଡା ସେକ୍ସନ ଅଞ୍ଚଳର ଗୋରାଣ୍ଡି ଯୋଡି,ଖଣ୍ଡେଇପଡା,ଭୋଳବେଡା,ସ୍ରବଣିବେଡା, ଆଦି ଗ୍ରାମରେ ଉପଦ୍ରବ ଚଳାଇଥିବା ବେଳେ,ଆଜିରାତି ପୁଣି ୨୩ ଟିକିଆ ଝାଡଖଣ୍ଡି ହାତୀ ,ଖଣ୍ଡେଇପଡା ଗ୍ରାମର ମରୁଲିଧର ନାଏକ ଙ୍କ କୋବି ବଗିଚାରେ ପଶି ୫୫୦୦ ହଜାର ଟଙ୍କାର ପନିପରିବା ମାଡି ଦଳି ଖାଇବା ସହ ନଷ୍ଟ କରି ଦେଇଛନ୍ତି ,ସେହି ପରି ରାମଚନ୍ଦ୍ର ମାଝୀଙ୍କ ବଗିଚାରେ ପଶି ୧୦୦୦ ଖଣ୍ଡ ବନ୍ଧା କୋବି ଖାଇବା ସହ ୫୦୦ ଖଣ୍ଡ ଫୁଲ କୋବି ମାଡି ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି, ଶଂଖୁଆ ଗ୍ରାମର ମିନତୀ ମୁର୍ମୁ ଙ୍କ ଧାନ ଖଳାରେ ମଧ୍ୟ ପଶି ତିନି ଏକର ଧାନ ବିଡା ଖାଇବା ସହ ଦଳି ଚୋକଟି ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି, ସନ୍ଧ୍ୟା ସମୟରେ ଏହି ହାତୀ ପଲ, କେନ୍ଦୁଝର ମୟୂରଭଞ୍ଜ ସୀମାନ୍ତ ପଡେଇଧୁଡା,ଚତ୍ରିସାହି ଜଙ୍ଗଲ ରେ ଥିବାରୁ ଆଖପାଖ ଅଞ୍ଚଳର ଲୋକ ଏବେ ଭୟଭିତ ଅବସ୍ଥାରେ ରହୁଛନ୍ତି ,



Visitors Today : 0
Total Visitors : 130423
Total Views : 9891953
Visitors Online Now : 0