ବାଣପୁର : ଗନ୍ ପଏଣ୍ଟ୍ ରେ ଝାମ୍ପି ନେଲେ ୧୫ ଲକ୍ଷ ଟଙ୍କା । ଗତକାଲି ବିଳମ୍ବିତ ରାତ୍ରରେ NH-୧୬ ରେ ଏହି ଡକାୟତି କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଏରିଆ ବାଇପାସ୍ ଛକରେ ଏହି ଘଟଣା ଘଟିଛି । ପୁରୀ ରେ ରହି ବ୍ୟବସାୟ କରୁଥିବା ୩/୪ ଜଣ ବ୍ୟବସାୟୀ ଏକ କାର୍ ଯୋଗେ ନିଜ ଘରକୁ ଅର୍ଥାତ ପୁରୀ ରୁ ଗଂଜାମ ଅଞ୍ଚଳକୁ ଏହି ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଯାଉଥିଲେ । ଡକାୟତ ମାନେ ଆଉ ଏକ କାର୍ ଗାଡ଼ିରେ ଆସି ଏମାନଙ୍କ ବାଟ ଓଗାଳିଲେ । ଆଉ ତା’ପରେ ଗନ୍ ପଏଣ୍ଟ୍ ରେ ଆକ୍ରମଣ କରି ଟଙ୍କା ନେଇଛୁ ମାରିଛନ୍ତି ଡକାୟତ । ବାଣପୁର ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଖୋର୍ଦ୍ଧା ଝଚ ପ୍ରାଥମିକ ତଦନ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଡକାୟତ ଙ୍କର କୌଣସି ଟେର୍ ପାଇନାହିଁ ପୋଲିସ ।



Visitors Today : 3
Total Visitors : 130184
Total Views : 9891638
Visitors Online Now : 0