spot_img

୨୦୨୩ ବିଶ୍ୱକପ୍ କ୍ୱାଲିଫାୟର୍ସ ଆୟୋଜନ କରିବ ଜିମ୍ବାୱେ

୨୦୨୩ ବିଶ୍ୱକପ କ୍ୱାଲିଫାୟର୍ସ ଆୟୋଜନ କରିବ ଜିମ୍ବାୱେ । ଭାରତରେ ଆୟୋଜନ ହେବାକୁ ଥିବା ୨୦୨୩ ଦିନିକିଆ କ୍ୱାଲିଫାୟର୍ସ ଜିମ୍ବାୱେରେ ଖେଳାଯିବ । ମୋଭିଡ-୧୯ ମହାମାରୀ ପାଇଁ ଟୁର୍ଣ୍ଣାମେଣ୍ଟ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ବାଧ୍ୟ ହୋଇଥିଲା । ଫଳରେ ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଏହି କ୍ୱାଲିଫାୟର୍ସ ଟୁର୍ଣ୍ଣାମେଣ୍ଟ ଜୁନ୧୮ ରୁ ୯ ତାରିଖ ମଧ୍ୟରେ ଆୟୋଜନ ହେବ ବୋଲି ଆଇସିସି ସୂଚନା ଦେଇଛି । ଆୟୋଜନ ଭାରତ ସମେତ ଅନ୍ୟ ୭ ସୁପର ଲିଗ ଦଳଗୁଡିକ ସିଧାସଳଖ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ହାସଲ କରିବେ । ବିଶ୍ୱକପ ଅକ୍ଟୋବର -ନଭେମ୍ବରରେ ଆୟୋଜନ ହେବ । ଆଇସିସି ଏଥି ସହିତ ୱାଲରଡ୍ ଲିଗ୍ ୨ ଓ ଚ୍ୟାଲେଞ୍ଜ ଲିଗ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରିଛି । ୱାଲରଡ୍ ଲିଗ୍ ୨ ଆସନ୍ତାବର୍ଷ ମାର୍ଚ୍ଚରୁ ଆରମ୍ଭ ହେବ । କ୍ରିକେଟ ୱଲୋଡକପ୍ ଚ୍ୟାଲେଞ୍ଜ ଲିଗ ବି ଆସନ୍ତାବର୍ଷ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular