spot_img

ଇଲି ସିଦ୍ଧିକିଙ୍କୁ ବିବାହ କଲେ ମନପ୍ରୀତ୍

ଇଲି ସିଦ୍ଧିକିଙ୍କୁ ବିବାହ କଲେ ମନପ୍ରୀତ୍ । ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଦୀର୍ଘଦିନରୁ ବାନ୍ଧବୀ ମାଲେସିଆର ଇଲି ନଜବା ସିଦ୍ଧିକିଙ୍କୁ ବିବାହ କରିଛନ୍ତି । ଗତ ୯ ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଥିଲା ଓ ଉଭୟ ଡେଟିଂ କରିଆସୁଥିଲେ । ଉଭୟଙ୍କ ବିବାହ ଗୁରୁ ତେଜ୍ ବାହାଦୁର ନଗରରେ ରୀତିନୀତୀ ଅନୁସାରେ ସମ୍ପୂର୍ଣ୍ଣ ହୋଇଛି । ପୂର୍ବରୁ ଟୋକିଓ ଅଲିମ୍ପକ୍ସ ପରେ ଉଭୟ ବିବାହ କରିବେ ବୋଲି କହିଆସୁଥିଲେ । ତେବେ କୋଭିଡ -୧୯ କାରଣରୁ ଅଲିମ୍ପିକ୍ସ ଘୁଞ୍ଚିଯାଇଥିଲା । କରୋନା କାରଣରୁ ବିବାହରେ ସୀମିତ ହେଲାକଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ସୁରକ୍ଷା ତଥା ନିରାପତ୍ତାର ବ୍ୟବସ୍ଥା କରାଯାଇଥିଲା । ମନପ୍ରୀତ ଏପର୍ଯ୍ୟନ୍ତ ଭାରତ ପାଇଁ ୨୪୨ ଟି ମ୍ୟାଚ ଖେଳି ୧୯ଟି ଗୋଲ ସ୍କୋର କରିଛନ୍ତି । ଅନ୍ତର୍ଜାତୀୟ ହକିରେ ସେ ଦୃଷ୍ଟାନ୍ତମୂଳକ ସଫଳତା ହାସଲା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular