ନୂଆଦିଲ୍ଲୀ: ଭୀଷଣ ଶୀତ ପ୍ରବାହ କାରଣରୁ ଆଜି ପ୍ରତ୍ୟୁଷରେ ଦିଲ୍ଲୀ-ହରିୟାଣା ସୀମାନ୍ତରେ ଆଉ ଜଣେ ପ୍ରତିବାଦକାରୀ ପଞ୍ଜାବୀ କୃଷକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ହଜାର ହଜାର କୃଷକ ୨୨ ଦିନ ଧରି ଚଳାଇଥିବା ପ୍ରତିବାଦସ୍ଥଳୀରେ ତାଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ୩୭ ବର୍ଷିୟ ଏହି କୃଷକଙ୍କର ୧୦, ୧୨ ଓ ୧୪ ବର୍ଷର ତିନୋଟି ପିଲାଥିବା କଥା ଜଣାପଡ଼ିଛି। ମାତ୍ରାଧିକ ହିମପ୍ରବାହ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ନଭେମ୍ବର ଶେଷ ପର୍ୟ୍ୟାୟରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଏଯାବତ୍ ୨୦ରୁ ଅଧିକ ପ୍ରତିବାଦକାରୀ କୃଷକ ପ୍ରାଣ ହରାଇଲେଣି ବୋଲି କୃଷକ ସଙ୍ଗଠନମାନେ ଦାବି କରିଛନ୍ତି। ଉତ୍ତର ଭାତରରେ ଭୀଷଣ ଶୀତ ଓ ହିମପ୍ରବାହ କାରଣରୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଥିବା ବିଶ୍ୱାସ କରାଯାଉଛି। ଦିଲ୍ଲୀ ନିକଟ ରାଜପଥର ବିଭିନ୍ନ ପ୍ରାନ୍ତରେ ଧାରଣାରତ କୃଷକମାନଙ୍କୁ କମ୍ବଳ ଓ ହିଟର୍ ଆଦି ଦେବା ପାଇଁ କେତେକ ସ୍ୱେଚ୍ଛାସେବୀ ଯାଉଛନ୍ତି। ନିଆଁ ପୋଇଁବା ନିମନ୍ତେ ମଧ୍ୟ ପ୍ରତିବାଦକାରୀମାନେ ନିଆଁ ଜାଳୁଥିବା ଦେଖାଯାଉଛି।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0