ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର ନୂଆ ମୋଡ଼ । ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ଯାଚୁଛନ୍ତି ଟଙ୍କା । ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି ଯଦୁପୁର ଗାଁର ସରୋଜ ସେଠୀ । ସରୋଜଙ୍କ କହିବା ଅନୁଯାୟୀ ପରୀ ନିଖୋଜ ହେବା ପୂର୍ବ ଦିନ ତାଙ୍କ ଘରକୁ ଆସିଥିଲା । ତେବେ ଏନେଇ ପୋଲିସ ତାଙ୍କୁ ସନେ୍ଦହ କରି ରକ୍ତ,ଲାଳ ଓ ଫ୍ୟାଣ୍ଟସାର୍ଟ ନମୁନା ନେଇଥିବା କଥା ସେ କହିଛନ୍ତି । ଏଥିସହ ଦୋଷ ମାନିବାକୁ ଅରୁଣ ବୋଥ୍ରା ତାଙ୍କୁ ୫ଲକ୍ଷ ଟଙ୍କା ଯାଚିଥିବା କଥା ମଧ୍ୟ ସେ ଅଭିଯୋଗ କରିଛନ୍ତି । ମୁଁ ନିଦେ୍ର୍ଦାଶ, କିଛି ଜାଣିନି ବୋଲି କହିଛନ୍ତି ସରୋଜ ସେଠୀ । ଯଦି ମୋ ପରିବାରର କିଛି ହୁଏ ତେବେ ଏଥି ପାଇଁ ଅରୁଣ ବୋଥ୍ରା ଦାୟୀ ରହିବେ ବୋଲି ସରୋଜ କହିଛନ୍ତି । ନୟାଗଡ଼ ପରୀ ହତ୍ୟା ମାମଲାରେ ଏସଆଇଟି ଟିମ ତଦନ୍ତ ଚାଲିଛି । ଆସନ୍ତା କାଲି ଏହାର ପ୍ରାଥମିକ ରିପୋର୍ଟ ଓଡ଼ିଶା ହାଇକୋର୍ଟରେ ଏସଆଇଟି ଦାଖଲ କରିଥିଲା । ରିପୋର୍ଟରେ ପରୀକୁ ଦୁଷ୍କର୍ମ ପରେ ହତ୍ୟ କରଯାଇଥିବା ଉଲ୍ଲେଖ ଥିବା ସୂଚନା ମିଳିଥିଲା । ଏହି ରିପୋର୍ଟ ଆସିବାର ଗୋଟିଏ ଦିନରେ ଏସଆଇଟି ମୁଖ୍ୟ ଆଇଜି ଅରୁଣ ବୋଥ୍ରାଙ୍କ ନାଁରେ ଏପରି ସଂଗୀନ ଅଭିଯୋଗ ଆସିଛି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0