ଉମରକୋଟ : ଦିନ ଦ୍ୱିପହରରେ ଲକ୍ଷାଧିକ ଟଙ୍କା ଲୁଟ । ନବରଙ୍ଗପୁର ଉମରକୋଟ ସହରରେ ଦିନ ଦ୍ୱିପହରରେ ଏହି ଲୁଟ ହୋଇଛି । ଜଣେ ବ୍ୟବସାୟୀଙ୍କ ବାଇକରୁ ଅଢେଇ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣଙ୍କ ଏନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉମରକୋଟ ଗୁଳିପାଟଣା ସାହିରେ ରହୁଥିବା ବ୍ୟବସାୟୀ ସଂଜୟ କୁମାର ତ୍ରୀପାଠୀଙ୍କ ତେଲନଦୀ ଠାରେ ଏକ ଦୋକାନ ରହିଛି । ସୋମବାର ଦିନ ସେ କିଛି ସାମଗ୍ରୀ କିଣିବା ପାଇଁ ଉମରକୋଟ ଆସିଥିଲେ ଓ ଆନ୍ଧ୍ରା ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଦୋକାନକୁ ଫେରିଯାଇଥିଲେ । ଟଙ୍କାକୁ ନେଇ ନିଜ ବାଇକରେ ଝୁଲାଇ ରଖିଥିଲେ । କିନ୍ତୁ କିଛି ସମୟ ପରେ ଦୋକାନରୁ ଫେରି ବ୍ୟାଗ ସହ ନିଜ ହେଲମେଟ ନଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ସିସିଟିଭି କ୍ୟାମେରାରେ କୈଦ ହୋଇଛି । ସଂଜୟଙ୍କ ଅଭିଯୋଗ ପରେ ଉମରକୋଟ ପୋଲିସ ତୁରନ୍ତ ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0