ଆତ୍ମ ନିର୍ଭରଶୀଳ ହେଉଛି ଭାରତ । ଏନେଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ସତ୍ୟବିହାରରେ ଏନେଇ ଅନୁଷ୍ଠିତ ହୋଇଛି ସଙ୍ଗୀତ କାର୍ଯ୍ୟକ୍ରମ । ୨୫ ଜଣ ମହିଳାଙ୍କୁ ନେଇ ପ୍ରାୟ ୧୨ ଦିନ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସମସ୍ତଙ୍କୁ ବଡି, ପାମ୍ପଡ ପ୍ରସ୍ତୁତ ନେଇ ଟ୍ରେନିଂ ଦିଆଯାଇଥିଲା । ଉକ୍ତ ଉତ୍ସବରେ ଟ୍ରେନର ନୀଳାଦ୍ରୀ ଜେନା, ସଙ୍ଗୀତ ସମର୍ପଣ ସମ୍ପାଦିକା କୃଷ୍ଣପ୍ରିୟା ମିଶ୍ର ଏବଂ ମର୍ଲଟିି ଡିସିପ୍ଲିନାରୀ ଟ୍ରେନିଂ ସେଣ୍ଟର ସିନିୟର ଏକ୍ଜିକ୍ୟୁଟିଭ ଆର.ସି. ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଉତ୍ସାହିତ କରାଯାଇଥିଲା । ସରକାରଙ୍କ ସମସ୍ତ ଯୋଜନା ମହିଳାମାନଙ୍କୁ ଯୋଗାଇ ଦେବା ପାଇଁ ଶ୍ରୀ ନାୟକ କଥା ଦେଇଥିଲେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0