କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡ଼ା ରାସ୍ତାର ନହଙ୍ଗି ଛକ ନିକଟରେ ଥିବା ନଣ୍ତାପୋଲ ଉପରେ ଆଜି ଅପରାହ୍ଣରେ ଭାରସାମ୍ୟ ହରାଇ ଏକ କାର୍ (ଓଡି-୦୨-ଏଡି-୧୭୪୦) ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ଟି ପୋଲ ତଳକୁ ଅଧା ଖସି ଝୁଲି ରହିଥିଲା। ଗାଡ଼ିରେ ଥିବା ଯାଜପୁର ଟୋଲକାନି ଗ୍ରାମର ଅବସରପ୍ରାପ୍ତ ଓଏମ୍ସି ସିନିଅର ମ୍ୟାନେଜର ଅବିନାଶ ସାହୁ ବାହାରକୁ ବାହାରି ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବରପାଇ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପାତ୍ର ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଝୁଲନ୍ତା କାର୍କୁ ଉଦ୍ଧାର କରିଥିଲେ।ଏହି ଅଣଓସାରିଆ ପୋଲଟି ୫୦ ବର୍ଷ ତଳେ ନିର୍ମାଣ ହୋଇଥିଲା। ପୋଲର ସୁରକ୍ଷାବାଡ଼ ନଥିବାରୁ ଅନେକ ସମୟରେ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି l



Visitors Today : 1
Total Visitors : 130427
Total Views : 9891958
Visitors Online Now : 0