ନୂଆଦିଲ୍ଲୀ: ସିଏମଏସ-୦୧ ଉପଗ୍ରହ ଉତକ୍ଷେପଣ କଲା ଇସ୍ରୋ । ଯେଉଁଥିରେ ବଢ଼ିବ ଟିଭି ଓ ମୋବାଇଲ ସିଗନାଲ । ଆଜି ଇସ୍ରୋ ପକ୍ଷରୁ ମୋବାଇଲ ଫୋନ ଓ ଟେଲିଭିଜନ ସିଗନାଲ ବୃଦ୍ଧି କରିବାପାଇଁ ରକେଟ ଲଞ୍ଚକରାଯାଇଛି । ଯାହା କମୁ୍ୟନିକେଶନ ସାଟେଲାଇଟ ସିଏମଏସ୦୧-କୁ ପିଏସଏଲଭି ସି -୫୦ ରକେଟରୁ ଲଞ୍ଚ କରାଯାଇଛି । ଏହି ସାଟଲାଇଟକୁ ଚେନ୍ନାଇଠାରୁ ୧୨୦ କିଲୋମିଟର ଦୂରରେ ଥିବା ଶ୍ରୀହରିକୋଟାସ୍ଥିତ ସତୀଶ ଧାୱାନ ମହାକାଶ କେନ୍ଦ୍ରକୁ ପଠାଯାଇଛି । ସିଏମଏସ୦୧-କୁ ପୃଥିବୀ କକ୍ଷର ସବୁଠାରୁ ଉଚ୍ଚ ସ୍ଥାନରେ ସ୍ଥାପନ କରାଯିବ । ଯାହାର ଉଚ୍ଚତା ୪୨ ହଜାର ୧୬୪ କିଲୋମିଟର ମଧ୍ୟରେ ରହିବ । ଏହାର କାର୍ଯ୍ୟ କରିବାର ସମୟସୀମା ୭ ବର୍ଷ ରହିଥିବା ସୂଚନାମିଳିଛି ।




Visitors Today : 5
Total Visitors : 130174
Total Views : 9891621
Visitors Online Now : 0