ନୂଆଦିଲ୍ଲୀ: କୃଷକ ଅନେ୍ଦାଳନକୁ ନେଇ ସୁପ୍ରିମ କୋର୍ଟକଙ୍କ ଶୁଣାଣି । କହିଲେ ଶାନ୍ତିପୂର୍ଣ୍ଣ ବିରୋଧ କରିବା ହେଉଛି ଚାଷୀଙ୍କ ଅଧିକାର । ଏଥିସହ ଆଇନକୁ ବିରୋଧ କରିବାର ଅଧିକାର ସମସ୍ତଙ୍କର ଅଛି । ବିରୋଧ ପ୍ରଦର୍ଶନ କରିବା ମନା ନୁହେଁ କିନ୍ତୁ ଆଲୋଚନା ବି କରିବା ଜରୁରୀ ବୋଲି କୋର୍ଟ ରାୟ ଦେଇଛନ୍ତି । ପଞ୍ଜାବ ସରକାରଙ୍କ ତରଫରୁ ପି- ଚିଦାମ୍ବରମ ଏହି ମାମଲାର ପକ୍ଷ ରଖିଥିଲେ । ସେପଟେ ଦିଲ୍ଲୀରେ ଆଜି ୨୨ ଦିନରେ ପହଞ୍ଚିଛି କୃଷକ ଆନେ୍ଦାଳନ । ୪ ଡ଼ିଗ୍ରୀ ତାପମାତ୍ରାରେ ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଆନେ୍ଦାଳନରେ ବସିଛନ୍ତି । ନା ସରକାର ତାଙ୍କ ଜିଦରୁ ଓହରୁଛନ୍ତି ନାଁ କୃଷକ । ଏହା ମଧ୍ୟରେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି । ତେବେ ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦ୍ୱରା ଗଠିତ ଖଣ୍ଡପିଠ କହିଛନ୍ତି କୃଷକ ମାନେ ଆନେ୍ଦାଳନ କରିବାର ଅଧିକାର ଅଛି । କିନ୍ତୁ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ସମସ୍ୟାର ସମାଧନ ଦୁଇ ଭାଗରେ ଶୁଣାଣି କରାଯିବା ଉଚିତ । ମାମଲାର ପରବର୍ତ୍ତି ଶୁଣାଣି କେବେ ହେବ ତାହା କୋର୍ଟ ପକ୍ଷରୁ ସ୍ୱଷ୍ଟ କରାଯାଇନାହିଁ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0