ନୂଆଦିଲ୍ଲୀ: ଚନ୍ଦ୍ରରୁ ଶିଳା ଓ ମୃତ୍ତିକା ନେଇ ପୃଥିବୀକୁ ଫେରିଲା ଚୀନ ମହାକାଶଯାନ । ଦୀର୍ଘ ୪୦ ବର୍ଷ ପରେ ପୁଣି ଥରେ ଚନ୍ଦ୍ରରୁ ପୃଥିବୀକୁ ଏହି ସବୁ ନମୁନା ସଂଗ୍ରହ କରି ଆଣାଯାଇଛି । ଗୁରୁବାର ରାତି ୨ଟା ବେଳେ ମହାକାଶ ଯାନ ‘ଚାଙ୍ଗଇ-୫’ ଅଭ୍ୟନ୍ତର ମଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ୍ ଜିଲ୍ଲାରେ ଅବତରଣ କରିଛି । ଅବତରଣ କରିବା ପୂର୍ବରୁ ଏହି ମହାକାଶଯାନଟି ତାର ଅବିଟର ମୋଡୁ୍ୟଲରୁ ପୃଥକ ହେବା ପରେ ବେଗ କମାଇବାକୁ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରି ପୁଣି ଉପରକୁ ଉଠିଯାଇଥିଲା । ଏହା ପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ପାରାସୁଟ୍ ଯୋଗେ ଧୀରେ ଧୀରେ ତଳକୁ ଓହ୍ଲାଇ ଆସିଥିଲା । ଚାଙ୍ଗ୍ ୫ ର ୪ଟି ମୋଡୁ୍ୟଲରୁ ଦୁଇଟି ଡିସେମ୍ବର ୧ ତାରିଖ ଦିନ ଚନ୍ଦ୍ରରେ ଅବତରଣ କରିଥିଲା । ଚନ୍ଦ୍ରପୃଷ୍ଠକୁ ୨ ମିଟର ଗଭୀର ପର୍ଯ୍ୟନ୍ତ ଡ୍ରିଲ କରି ଏହା ପ୍ରାୟ ୨ କିଲୋଗ୍ରାମ ଶିଳାଖଣ୍ଡ ଓ ମୃତ୍ତିକା ନମୁନା ସଂଗ୍ରହ କରିଥିଲା ।




Visitors Today : 5
Total Visitors : 130174
Total Views : 9891621
Visitors Online Now : 0