spot_img

ଶାରୀରିକ ସଂପର୍କକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ମିଛ ଧର୍ଷଣ ମାମଲାକୁ ରୋକିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି କି ବିବାହାର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବାକୁ ବଳତ୍କାର ଶ୍ରେଣୀଭୂକ୍ତ କରାଯାଇ ପାରିବ ନାହିଁ । କାରଣ ଏହା ଦୀର୍ଘଦିନ ଧରି ମହିଳା ମାନଙ୍କ ସହମତିରେ ହୋଇଥାଏ । ତେଣୁ ଏହା କେବେବି ବଳତ୍କାର ନୁହେଁ । ଦିଲ୍ଲୀ ହାଇକୋର୍ଟର ବିଚାରପତି ବିଭୁ ବାଖରୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି । ସେ ଦେଇଥିବା ରାୟରେ କହିଛନ୍ତି କି ବିବାହ ପ୍ରତିଶ୍ରୁତି ଦ୍ୱାରା ସ୍ୱଇଚ୍ଛାରେ ସ୍ଥାପନ କରାଯାଉଥିବା ଶାରୀରିକ ସଂପର୍କକୁ ଅନୈତିକ କୁହାଯାଇପାରିବ ନାହିଁ । ଭାରତୀୟ ପିଙ୍ଗଳ କୋଡର ଧାରା ୩୭୫ ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଶାରୀରିକ ସଂପର୍କ ସ୍ଥାପନ କରିବାରେ ଉଭୟ ମହିଳା ଓ ପୁରୁଷଙ୍କର ସହମତି ରହିଥାଏ । ତେଣୁ ଏହାକୁ ବଳତ୍କାର କୁହାଯାଇ ପାରିବ ନାହିଁ ।୨୦୦୮ ରେ ଜେଣ ମହିଳା ଅଭିଯୋଗ କରିଥିଲେ କି ଜଣେ ପୁରୁଷ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସହିତ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ ଓ ଏହା ପରେ ସେ ତାଙ୍କୁ ବିବାହ କରିନଥିଲେ । ଫଳରେ ମହିଳା ଜଣଙ୍କ ସେହି ପୁରୁଷଙ୍କ ନାମରେ କୋର୍ଟରେ ବଳତ୍କାର ମାମଲା ଦାୟର କରିଥିଲେ । ଏହି ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ଫଳରେ ଅଭିଯୁକ୍ତ ଜଣଙ୍କ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular