ମୁମ୍ବାଇ: ପ୍ରଥମ ପର୍ୟ୍ୟାୟରେ ତିନି କୋଟି ଲୋକଙ୍କୁ ଦିଆଯିବ କରୋନାଭାଇରସ ଟିକା । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଏହି ମାସ ଶେଷ ସୁଦ୍ଧା କୋଭିଡ-୧୯ ଟୀକାକରଣ ସଂଗ୍ରହ କରିବାକୁ ଅନୁମତି ଦିଅନ୍ତି, ତେବେ ପ୍ରଥମ ରାଉଣ୍ଡରେ ରାଜ୍ୟର ପ୍ରାୟ ତିନି କୋଟି ଲୋକଙ୍କୁ ଟିକା ଦିଆଯିବ। ଦେଶର ପ୍ରତ୍ୟେକ ନାଗରିକଙ୍କୁ ମାଗଣା ଟିକା ପ୍ରଦାନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ‘ଯଦି ଡିସେମ୍ବର ଶେଷ ସୁଦ୍ଧା ସାମୂହିକ ସ୍ତରରେ ଟିକା ପ୍ରଣୟନ କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରନ୍ତି, ତେବେ ମହାରାଷ୍ଟ୍ର ସରକାର ଜାନୁଆରୀରୁ ଏହି ପ୍ରକ୍ରିୟା ଆରମ୍ଭ କରିବେ। ଆମର ପ୍ରସ୍ତୁତି ଚାଲିଛି, ଯେଉଁଥିରେ ତିନି କୋଟି ଲୋକଙ୍କୁ ଟିକା ଦିଆଯାଇପାରିବ ଜ୍ଝ



Visitors Today : 0
Total Visitors : 130210
Total Views : 9891678
Visitors Online Now : 0