spot_img

ଦେଶରେ ୨୨,୮୯୦ ନୂଆ ଆକ୍ରାନ୍ତ, ୩୩୮ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୪୪ ହଜାର ୭୮୯ କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୯୯ ଲକ୍ଷ ୭୯ ହଜାର ୪୪୭ । ଗତ ୨୪ ଘଣ୍ଟାରେ ୨୨ ହଜାର ୮୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦିନକରେ ୩୩୮ ଜଣଙ୍କର କରୋନାରେ ମୃତୁ୍ୟ ଘଟିଛି । ଆଶ୍ୱାସନାର ବିଷୟ ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇସାରିଲେଣି ୯୫ ଲକ୍ଷ ୨୦ ହଜାର ୮୨୭ ଜଣ । ସେପଟେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ଲକ୍ଷ ୧୩ ହଜାର ୮୩୧ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular