spot_img

ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ପୁରୀ ବଡ଼ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ଼ । ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଏଥିସହ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ପ୍ରଥମ ଦୁଇଦିନ ସେବାୟତ ପରିବାରଙ୍କୁ ଜଗନ୍ନାଥ ଦର୍ଶନ ପାଇଁ ଅନୁମତି ମିଳିବ । ଏହା ପରେ ୱାର୍ଡ ଅନୁଯାୟୀ ଟୋକନ ମାଧ୍ୟମରେ ପୁରୀ ପୌରାଞ୍ଚଳବାସୀ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ତେବେ ୩ତାରିଖରୁ ସର୍ବସାଧାରଣଙ୍କୁ ଦର୍ଶନ କରିବାର ସୁଯଗମିଳିବ । ପ୍ରଥମ ସପ୍ତାହରେ ପ୍ରତିଦିନ ୫୦୦୦ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ । କୋଭିଡ଼ ନେଗେଟିଭ ରିପୋର୍ଟ ଥିଲେ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିପାରିବ । ପୁରୀ ବାହାରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । ତେବେ ଦର୍ଶନ ପାଇଁ ଏସଓପି ଜାରି କରିବା ସହ ମାସ୍କ ଓ ସାନିଟାଇଜକୁ ବାଧ୍ୟତାମୂଳକ କରାଯାଇଛି । ସବୁଠୁଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ୬୫ ବର୍ଷରୁ ଅଧିକ ବୟସ୍କ ଓ ପିଲାଙ୍କୁ ନଆସିବାକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular